କୋଣାର୍କ: ଆଜି କାକଟପୁର ମା ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା । ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଚୈତ୍ର ମାସ ଶେଷ ମଙ୍ଗଳବାର ଥିବାରୁ ଆଜି ମାଆଙ୍କ ଝାମୁ ଯାତ୍ରା । ମାଆଙ୍କ ଦର୍ଶନ ପାଇଁ ଭୋର ୫ଟାରୁ ମନ୍ଦିରରେ ଭକ୍ତଙ୍କ ଭିଡ । ଶ୍ରଦ୍ଧାଳୁ ମାନେ ପରିବାରର ମଙ୍ଗଳ କାମନା କରି ବ୍ରତ ଧାରଣ କରିବା ସହିତ ମାନସିକ ଦୀପ ଜାଳିଛନ୍ତି । ଆଜି ଭୋର ୩ଟାରୁ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ୱାରପା୍ର ପୂଜା ପରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।
Views: 65