The Ultimate Managed Hosting Platform
ADVERTISEMENT

ଆଜି ରାଘବ ପରିଣୀତିଙ୍କ ନିର୍ବନ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ସଜେଇ ହୋଇଛି ଦିଲ୍ଲୀ କପୁରଥାଲା ହାଉସ । ଆଖି ଝଲସେଇ ଦେଲା ଭଳି ସାଜସଜ୍ଜା । ଏହାସହ ପରିନୀତିଙ୍କ ମୁମ୍ବାଇ ଘର ମଧ୍ୟ ସୁନ୍ଦର ଆଲୋକମାଲାରେ ସଜା ହୋଇଥିବା ଦେଖିବାକୁ ମିଳିଛି । ଆଜି ପାରମ୍ପରିକ ରୀତିନୀତି ଅନୁସାରେ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ଦିଲ୍ଲୀ ସ୍ଥିତ କପୁରଥାଲା ହାଉସ ପୁରା ପ୍ରସ୍ତୁତ ହୋଇ ରହିଛି । ସଞ୍ଜ ନଇଲେ ଏଇଠି ହେବ ଗ୍ରାଣ୍ଡ ଇଭେଣ୍ଡ । ପରସ୍ପରର ଜୀବନସାଥୀ ହେବାକୁ କଥାଦେବେ ଉଭୟ ନେତା ଓ ଅଭିନେତ୍ରୀ । ଆଜି ନୂଆଦିଲ୍ଲୀ ସ୍ଥିତ କପୁରଥାଲ ହାଉସରେ ଉଭୟଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ଉଭୟଙ୍କ ପରିବାର ସମେତ ଅତିଥି ଏଥିପାଇଁ ଉତ୍ସାହିତ ହୋଇ ସେହି ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଜି ସଂଧ୍ୟା ୫ଟା ବେଳକୁ ଏହି ସେରିମୋନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚଡ୍ଡା ପରିବାର ଓ ଚୋପ୍ରା ପରିବାର ପୁରା ପ୍ରସ୍ତୁତ ହୋଇ ଅଛନ୍ତି । ଶିଖ୍ ପରମ୍ପରା ଅନୁସାରେ ସୁବୁକିଛି ଆଗେଇବ । ଶିଖ୍ ଧର୍ମର ପାରମ୍ପରିକ ପ୍ରଥା ଅନୁସାରେ ନିର୍ବନ୍ଧ ସମାପନ ହେବ ।
ଏଭି ଇଭେଣ୍ଟଟି ବଲିଉଡ ଥିମରେ ହେବାକୁ ଯାଉଛି । ତାଙ୍କ ପରିବାରର ପ୍ରାୟ ୧୫୦ଜଣ ଲୋକ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ଏହାସହ ଏଥିରେ ଉଭୟଙ୍କ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବାର ସୂଚନା ମିଳିଛି । ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୋଓ୍ଵାନ୍ତ ମନ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login