ନୂଆଦିଲ୍ଲୀ : ସଜେଇ ହୋଇଛି ଦିଲ୍ଲୀ କପୁରଥାଲା ହାଉସ । ଆଖି ଝଲସେଇ ଦେଲା ଭଳି ସାଜସଜ୍ଜା । ଏହାସହ ପରିନୀତିଙ୍କ ମୁମ୍ବାଇ ଘର ମଧ୍ୟ ସୁନ୍ଦର ଆଲୋକମାଲାରେ ସଜା ହୋଇଥିବା ଦେଖିବାକୁ ମିଳିଛି । ଆଜି ପାରମ୍ପରିକ ରୀତିନୀତି ଅନୁସାରେ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ଦିଲ୍ଲୀ ସ୍ଥିତ କପୁରଥାଲା ହାଉସ ପୁରା ପ୍ରସ୍ତୁତ ହୋଇ ରହିଛି । ସଞ୍ଜ ନଇଲେ ଏଇଠି ହେବ ଗ୍ରାଣ୍ଡ ଇଭେଣ୍ଡ । ପରସ୍ପରର ଜୀବନସାଥୀ ହେବାକୁ କଥାଦେବେ ଉଭୟ ନେତା ଓ ଅଭିନେତ୍ରୀ । ଆଜି ନୂଆଦିଲ୍ଲୀ ସ୍ଥିତ କପୁରଥାଲ ହାଉସରେ ଉଭୟଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ଉଭୟଙ୍କ ପରିବାର ସମେତ ଅତିଥି ଏଥିପାଇଁ ଉତ୍ସାହିତ ହୋଇ ସେହି ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଜି ସଂଧ୍ୟା ୫ଟା ବେଳକୁ ଏହି ସେରିମୋନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚଡ୍ଡା ପରିବାର ଓ ଚୋପ୍ରା ପରିବାର ପୁରା ପ୍ରସ୍ତୁତ ହୋଇ ଅଛନ୍ତି । ଶିଖ୍ ପରମ୍ପରା ଅନୁସାରେ ସୁବୁକିଛି ଆଗେଇବ । ଶିଖ୍ ଧର୍ମର ପାରମ୍ପରିକ ପ୍ରଥା ଅନୁସାରେ ନିର୍ବନ୍ଧ ସମାପନ ହେବ ।
ଏଭି ଇଭେଣ୍ଟଟି ବଲିଉଡ ଥିମରେ ହେବାକୁ ଯାଉଛି । ତାଙ୍କ ପରିବାରର ପ୍ରାୟ ୧୫୦ଜଣ ଲୋକ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ଏହାସହ ଏଥିରେ ଉଭୟଙ୍କ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବାର ସୂଚନା ମିଳିଛି । ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୋଓ୍ଵାନ୍ତ ମନ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ।
ଆଜି ରାଘବ ପରିଣୀତିଙ୍କ ନିର୍ବନ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











