ପୁରୀ : ଆଜି ବିଶ୍ୱନିୟନ୍ତାଙ୍କ ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ବାହୁଡଛନ୍ତି ମହାପ୍ରଭୁ । ସଅଳ ଚାଲିଛି ଠାକୁରଙ୍କ ନୀତିକାନ୍ତି । ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ । ଧାଡି ପହଣ୍ଡିରେ ଚଳ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ମା ସୁଭଦ୍ରାଙ୍କ ଦର୍ପଦଳନ ରତରେ ସ୍ଥାପନ କରିଛନ୍ତି ସେବାୟତ । ସରିଲା ମା ସୁଭଦ୍ରାଙ୍କ ପହଣ୍ଡି ବିଜେ । ଚାଲିଛି ଜଗନ୍ନାଥଙ୍କ ପହଣ୍ଡି ବିଜେ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।
ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।
Views: 92