ଭୁବନେଶ୍ବର: ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ଗତକାଲି ରାତିରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ସେ ବ୍ରହ୍ମପୁର ଯାଇ ସେଠାରେ ଏକ ସମାବେଶରେ ଯୋଗଦେବେ । ବ୍ରହ୍ମପୁର ପରେ ନବରଙ୍ଗପୁରର ଯାଇ ଜନସଭାକୁ ଉଦବୋଧନ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି । ଆସନ୍ତା ୧୦ ଓ ୧୧ରେ ପୁଣି ସେ ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Views: 60