ଭୁବନେଶ୍ୱର : ଆଜି ପବିତ୍ର ଶୀତଳ ଷଷ୍ଠୀ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ । ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ମହାଦେବ ସାଜିବେ ବର । ମାତା ପାର୍ବତୀ ସାଜିବେ କନିଆ । ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହରକ୍ଷ ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ୟ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ୟ୍ୟକ୍ରମ। ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ। ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।
Views: 51