ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପରେ ତେଲ ସଂକଟ ଆଶଙ୍କା । ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା । ଏବେକା ସ୍ଥିତିରେ ତେଲର ଅଭାବ ପରିଲକ୍ଷିତ ହୋଇ ନାହିଁ । ଆଜି ସୁଦ୍ଧା ଅଧିକ ତେଲ ନ ଆସିଲେ ସଂକଟ ଦେଖାଦେଇପାରେ ।କାଲି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପ ଗୁଡିକରୁ ତେଲ କମିଯିବ । ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ । ଆଜି ଡ୍ରାଇଭର ସଂଘର ଦାବି ପୂରଣ ହେବ ବୋଲି ଆଶା । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ ହୋଇଗଲାଣି । ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପେଟ୍ରୋଲ ସରିଯିବା ଆଶଂକାରେ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି । ପେଟ୍ରୋଲ ଟ୍ୟାଙ୍କର ନପହଞ୍ଚିଲେ, ଆଜିଠୁ ସଂକଟ ସୃଷ୍ଟି ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।
ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖାଯାଇଛି ଅଚଳାବସ୍ଥା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଯାତ୍ରୀ । କେବଳ ସରକାରୀ ଯାତ୍ରୀବାହୀ ବସକୁ ଛାଡ଼ିଲେ ଆଉ କୌଣସି ବେସରକାରୀ ବସ ଚାଲୁନାହିଁ । କିଏ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛି ତ କିଏ ୫ ଟଙ୍କିଆ ମିଲ ଖାଇ ୩ ଦିନ ହେବ ଏଠାରେ ହିଁ ଅପେକ୍ଷା କରିଛନ୍ତି ।
ବ୍ରହ୍ମପୁରରେ ମଧ୍ୟ ପେଟ୍ରୋଲ ଟାଙ୍କିରେ ଲମ୍ବା ଧାଡ଼ି ଲାଗିଛି । ଗୋଟିଏ ପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ମଙ୍ଗଳବାର ଠାରୁ ଚାଲିଥିବା ବେଳେ ବୁଧବାର ଦେଶ ବ୍ୟାପୀ ଧର୍ମଘଟ ଯୋଗୁ ତାହାର ପ୍ରଭାବ ତେଲ ଟାଙ୍କି ଉପରେ ପଡିଛି । ତେଲ ବୋଝଇ ଗାଡି ଦୁଇ ଦିନ ଧରି ଆସି ନଥିବାରୁ ବ୍ରହ୍ମପୁର ସହରର ବହୁ ପେଟ୍ରୋଲ ପମ୍ପ ବୁଧବାର ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି । ତେବେ ଅଯୋଧ୍ୟା ନଗର ନିକଟ ପେଟ୍ରୋଲ ପମ୍ପରେ ତେଲ ଥିବାରୁ ଗାଡି ଗ୍ରାହକଙ୍କ ଭିଡ଼ ସେଠାରେ ଜମୁଛି ।ଆଜି ତୃତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହି ଆନ୍ଦୋଳନ ଜୀବନ ଯାତ୍ରାକୁ ଅଧିକରୁ ଅଧିକ ପ୍ରଭାବିତ କରିବାରେ ଲାଗିଛି । ଯାତ୍ରୀ ପରିବହନ ପରେ ଏବେ ସାଧାରଣ ଜନତାଙ୍କ ଯାତାୟାତ ଗମନାଗମନ ପ୍ରଭାବିତ ହେଉଛି । ଚାଲୁନି ଗାଡ଼ିମୋଟର । ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି । ସ୍ଥିତି ଜଟିଳ ହେଲାଣି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।
“ଆଜି ତେଲ ନ ଆସିଲେ କାଲିଠୁ ସଂକଟ”

Facebook
Twitter
LinkedIn
Facebook
Twitter
LinkedIn
Recent News
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...
ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ
ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ...
ସରକାର ଡ୍ରାଇଭରଙ୍କ ଦାବି ପୂରଣ କରନ୍ତୁ ; ସରକାର ଶୋଇ ପଡିଛି , ଉଠାଇବାକୁ ହେବ
ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ । ସମାବେଶକୁ ଭଣ୍ଡୁର...
ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ
ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି...