କାକଟପୁର : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଚୈତ୍ର ପର୍ବ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମଙ୍ଗଳା ପୀଠ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଆଜି ସକାଳୁ ହଜାର ହଜାର ଭକ୍ତ ମନ୍ଦିର ଆସି ମାଆଙ୍କ ଦର୍ଶନ କରୁଛନ୍ତି । ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇରହିଥିବା ପରିଲକ୍ଷିତ ହୋଇଛି । ପୀଠରେ ମାଆଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି ।
Views: 17