ସୁନ୍ଦରଗଡ : ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡୁର କୋଟିୟାରରେ ସୁନ୍ଦରଗଡ଼ର ୯୦ ଜଣ ଝିଅ ନିର୍ୟାତନା ଭୋଗୁଥିବା ଓ ଘରକୁ ଫେରିବାକୁ ଚାହୁଥିଲେ ବି ସେମାନଙ୍କୁ କମ୍ପାନି ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ କୋଶଳ ସମାଜ ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। ଫଳରେ ଯାନବାହାନ ଚଳାଚଳ ସହ ଦୋକାନବଜାର ବନ୍ଦ ରହିଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଯାଇଥିଲା। କିନ୍ତୁ ପର୍ୟ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଯାଇଥିଲା। କିନ୍ତୁ ପର୍ୟ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଶଳ ବିକାଶ ଅଧିକାରୀ ନିଜ ସଫେଇରେ କହିଛନ୍ତି ଯେ ବିଭାଗ ପକ୍ଷରୁ ବିଡିଓଙ୍କୁ ଚିଠି କରାଯାଇ ଝିଅଙ୍କୁ ନିଆଯାଇଛି । କିନ୍ତୁ ଏନେଇ ଲେଫ୍ରିପଡ଼ା ବିଡିଓଙ୍କୁ ଫୋନ୍ ଯୋଗେ ପଚାରିବାରୁ କୌଣସି ଚିଠି ଆମର ହସ୍ତଗତ ହୋଇନାହିଁ ବୋଲି ସେ କହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି ଗୁରୁତର ସହ ନିଆଯାଉ ନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ଶେଷରେ ବାଧ୍ୟ ହୋଇ ସୁନ୍ଦରଗଡ଼ ବନ୍ଦ ଡାକରା ଦେବାକୁ ନିଷ୍ପତି ନେଇଛନ୍ତି ଅଭିଭାବକ ।
ଆଜି କୋଶଳ ସମାଜ ପକ୍ଷରୁ ସୁନ୍ଦରଗଡ ବନ୍ଦ ଡାକରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...