The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୧୪-୦୬-୨୦୨୩ ରିଖ ବୁଧବାର)

Facebook
Twitter
LinkedIn

ମେଷ-ଆଜି ପୂର୍ବ ସମସ୍ୟାର ସମାଧାନ, ଆର୍ଥିକ ଉନ୍ନତି, ପାରିବାରିକ ସୌଖ୍ୟ ଲାଭ ଯୋଗ ରହିଛି । ସମ୍ପର୍କୀୟ ଜଣେ ବନ୍ଧୁ ଘରୋଇ ସମସ୍ୟା ସମାଧାନରେ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ । ଧାତୁ, ଅଳଙ୍କାର କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିପାରନ୍ତି ।

ବୃଷ-ପ୍ରତ୍ୟେକ ପ୍ରକାରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ । ଶତ୍ରୁତା ମନୋଭାବ ପୋଷଣ କରି କର୍ମକ୍ଷେତ୍ରରେ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି । ସଭା ସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ସାମୟିକ ଆଶ୍ୱସ୍ତି ଅନୁଭବ କରିବେ ।

ମିଥୁନ-ଆଜି କାର୍ଯ୍ୟ ହାସଲ କାରଣରୁ ଖୁସି ଅନୁଭବ କରିବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ସମାଲୋଚନା ବ୍ୟତୀତ କିଛି ପାଇ ପାରିବେ ନାହିଁ । ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ ।

କର୍କଟ-ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ କଚେରି ମାମଲା ସପକ୍ଷରେ ଯିବ । ସଭାସମିତିରେ ଆପଣଙ୍କ ଯୁକ୍ତିକୁ ଅନ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ ।

ସି˚ହ-ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ପ୍ରଥମାବସ୍ଥାରେ ବ୍ୟସ୍ତତା ଅନୁଭବ କରିବେ କିନ୍ତୁ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ । ସାଙ୍ଗଠନିକ କାର୍ଯ୍ୟ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରର ଅବସର ସମୟ ମଧ୍ୟରେ ଆଳାପ ଆଲୋଚନାରେ ସମୟ କଟାଇବେ ।

କନ୍ୟା-ପୂର୍ବ ନିର୍ଦ୍ଧାରିତ କୌଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ବନ୍ଧୁ୍‌ଙ୍କ କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପ୍ରତିରୋଧ ବୃଦ୍ଧି ପାଇବା ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଶତ୍ରୁମାନେ ପିଛା କରୁଥିବାରୁ କର୍ମକ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ ।

ତୁଳା-ଆଜି ନିଜର ଦକ୍ଷତା କାରଣରୁ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ସାମାଜିକ ସ୍ତରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି ।

ବିଛା-ଆଜି ଚିନ୍ତା କରିଥିବା କଥା ହାସଲ ନ ହେବା ପର୍ଯ୍ୟନ୍ତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରିବା ଠିକ୍‌ ହେବ ନାହିଁ । ବନ୍ଧୁଟି ପ୍ରତି ସୁସମ୍ପର୍କ ରଖନ୍ତୁ ,ଯେ କି ଆପଣଙ୍କ ପ୍ରତ୍ୟେକ କାମରେ ସହାୟକ ହୋଇପାରିବ । ସମସ୍ୟା ଲାଗି ରହୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ହେଳା କରିବା ଠିକ୍‌ ହେବ ନାହିଁ । ଜମିଜମା, ପ୍ରଶାସନ, ସାମ୍ବାଦିକତାରେ ଦୁଶ୍ଚିନ୍ତା ଆସିବ ।

ଧନୁ-ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିବ। ନିର୍ମାଣ, ପରିବହନ ଓ ପ୍ରଶାସନ ତଥା ପ୍ରକାଶନ ସ୍ତରରେ ସୁଫଳ ମିଳିବ ।

ମକର-ଆଜି ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍‌ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ । ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି । ଜମିଜମା କାରବାର, ନିର୍ମାଣାଧୀନ କାର୍ଯ୍ୟ, ବାଣିଜ୍ୟ ଓ ଆନୁଷ୍ଠାନିକ କାମଶେଷ ପର୍ଯ୍ୟାୟରେ ପହଞ୍ଚିବ ।

କୁମ୍ଭ-ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳିବା ଭଲ ନତୁବା କୌଣସି ସମସ୍ୟା ଆସିପାରେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରି ପାରନ୍ତି । ମୋଟା ଅଙ୍କର ଅର୍ଥ ସଂଗ୍ରହ ସକାଶେ ସରକାରୀ ସ୍ତରରୁ ଋଣକରିପାରନ୍ତି। ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତି ଘନେଇବ ।

ମୀନ-ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟ,ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ଆଳାପ ଆଲୋଚନା ଅନ୍ୟମାନଙ୍କ ଚକ୍ଷୁଶୂଳର କାରଣ ହେବ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login