The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୧୨-୦୬-୨୦୨୩ ରିଖ ସୋମବାର)

Facebook
Twitter
LinkedIn

ମେଷ-ଆଜି ସକାଳୁ କାମର ଚାପ ଏତେଦୂର ବଢ଼ିଯିବ ଯେ କଳ୍ପନା କରିହେବନି। ଅଶ୍ୱିନୀ ନକ୍ଷତ୍ର କାହାକୁ ହେଲେ ବିରକ୍ତିଭରା କଥା କହିବା ଠିକ୍‌ ହେବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆବଶ୍ୟକ ଅର୍ଥ ଜଣେ ଦକ୍ଷିଣ ଦିଗସ୍ଥ ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ହେବ । ପରିବାରରେ ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି ।

ବୃଷ-ଆଜି ମୃଗଶିରା ନକ୍ଷତ୍ରର ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ । ଯାହାକୁ ଯାହା କହିବେ, ସେ ଆଖି ପିଛୁଳାକେ କରିବା ସକାଶେ ବାହାରି ପଡ଼ିବ । କିନ୍ତୁ ନିଜ କ୍ଷେତ୍ରରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ଓ ଏଜେନଶିପ୍‌ରୁ ଖୁସି ରହିବେ ।

ମିଥୁନ-କର୍ମକ୍ଷେତ୍ରରେ କିଛିନା କିଛି ସମସ୍ୟା ପରିଲକ୍ଷିତ ହେବ। ଆରଦ୍ରା ନକ୍ଷତ୍ର ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇବେ । ପିଲାମାନଙ୍କ କଳହକୁ କେନ୍ଦ୍ର କରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଋଣ ପରିଶୋଧ କରିବାରେ ବିଳମ୍ବଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

କର୍କଟ-ଅନେକ ଆଶା ଓ ବିଶ୍ୱାସକୁ ନେଇ ଦିନଭରି କାମରୁ ଫୁର୍‌ସତ୍‌ ପାଇବେ ନାହିଁ । କୌଣସି ପରିସ୍ଥିତିର କଳ୍ପନା କରି ସାମୟିକ ଭାବାନ୍ତର ସୃଷ୍ଟି ହୋଇପାରେ। ଅବଶ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପୁନର୍ବସୁ ନକ୍ଷତ୍ରର ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ।

ସି˚ହ-ଉତ୍ତରା ଫାଲଗୁନୀ ନକ୍ଷତ୍ର ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି। କିନ୍ତୁ ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ମାନସିକ ଅଶାନ୍ତି ଥିବା ହେତୁ ଅଫିସ୍‌ରେ ମଧ୍ୟ କୈାଣସି କାମକୁ ଠିକ୍‌ ଭାବେ କରିପାରିବେ ନାହିଁ । ଆଜିର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ହେବ ।

କନ୍ୟା-ଆଜି ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି । ଅନ୍ୟମାନେ ପୂର୍ଣ୍ଣ ଭରସା କରିଥିବା କାରଣରୁ ଆପଣଙ୍କ କାର୍ଯ୍ୟ ପରିସର ବୃଦ୍ଧି ପାଇବ। ଅବଶ୍ୟ ପ୍ରତ୍ୟେକ କାମରେ ଆମତ୍ୀୟସ୍ବଜନମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଚିତ୍ରା ନକ୍ଷତ୍ର ଆଇନ ଅଦାଲତ ତଥା ବିବାଦୀୟ କ୍ଷେତ୍ରରୁ ସୁଫଳ ପାଇବେ ।

ତୁଳା-ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ। ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ସ୍ବାତୀ ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।

ବିଛା-ଆଜି କିଛି କହିବା ପୂର୍ବରୁ ପରିସ୍ଥିତିକୁ ନଜରରେ ରଖନ୍ତୁ । ଅନ୍ୟଥା ଆପଣଙ୍କ ପ୍ରତି ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଦୁର୍ଭାବନା ବଢ଼ିଚାଲିବ । ଅନୁରାଧା ନକ୍ଷତ୍ରର ଅତି ଭଲ ସମ୍ପର୍କ ଲୋକଟି ଦୂରେଇ ଯାଇ ଥିବାରୁ ମନରେ ସରସତା ରହି ନ ପାରେ। ଅବହେଳିତ କେତେକ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ ।

ଧନୁ-ପୂର୍ବାଷାଢ଼ା ନକ୍ଷତ୍ର ଛୋଟ ଛୋଟ କଥାକୁ ମନ ଭିତରେ ରଖି ଅଶାନ୍ତ ରହିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ହଇରାଣ ହେବାକୁ ପଡ଼ିପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ଆବଶ୍ୟକତା ଅନୁଭବ କରି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ ।

ମକର-ଆଜି ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭିତ୍ତିରେ ସମାଧାନ ହୋଇପାରିବ। କିନ୍ତୁ ଉତ୍ତରାଷାଢ଼ା ନକ୍ଷତ୍ରର ପ୍ରକାଶନ, ଆଇନ ଓ ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେଇପାରେ । ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ କାମ ଭଣ୍ଡୁର କରିପାରନ୍ତି। ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇଁ ଚେଷ୍ଟିତ ହେବେ ।

କୁମ୍ଭ-ଆଜି ସକାଳୁ ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ । ପୂର୍ବଭାଦ୍ରବ ନକ୍ଷତ୍ରର ବ୍ୟବସାୟିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ ।

ମୀନ-କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଅଫିସିଆଲି ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ । ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିମାନେ ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login