The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୦୮-୦୬-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ-ଆଜି ଅଶ୍ୱିନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନାରେ ନିମଜ୍ଜିତ କରାଇବ । ବନ୍ଧୁଙ୍କ ସହଯୋଗରେ ଆର୍ଥିକ ସୁଧାର ଆସିପାରେ । ମନରେ ଦୁଃଖ ରହିଥିଲେ ମଧ୍ୟ ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । କଳା, ସାହିତ୍ୟ, ସାମ୍ବାଦିକତାରୁ ସୁଫଳ ମିଳିବ ।

ବୃଷ-ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ। ପୂର୍ବପରି କର୍ମକ୍ଷେତ୍ରରେ ଆଉ ସ୍ନେହ, ସଦ୍ଦିଛା ଓ ସମ୍ମାନର ଅଭାବ ମନରେ ବହୁତ କ୍ଷୋଭ ଆଣିବ । ରୋହିଣୀ ନକ୍ଷତ୍ରର ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।

ମିଥୁନ-ମନ କଥା ଅନ୍ୟକୁ ଜଣାଇଲେ ମଧ୍ୟ ସହାନୁଭୂତି ପାଇବା ଦୁର୍ଲଭ ହେବ। ମୃଗଶିରା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଟେନସନ୍‌ ଲାଗିରହିବ। ଯେଉଁ କାମରେ ହାତ ଦେଲେ ତାହା ବିଗିଡ଼ି ଯାଉଥିବାରୁ ମନ ଭଲ ରହିବ ନାହିଁ। ଆଜି କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧନରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ ।

କର୍କଟ-ପରିସ୍ଥିତି ଅନୁକୂଳ ନ ହେବାରୁ ମନରେ ଉତ୍ସାହ ରହିବ ନାହିଁ । ପୁଣି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । କେତେକାଂଶରେ ଆଶା ପୂରଣ ହେବ । ପୁନର୍ବସୁ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଚାନକ ସମସ୍ୟା ସୃଷ୍ଟି ହୋଇପାରେ ।

ସି˚ହ-କେତେକ କଷ୍ଟସାଧ୍ୟ କାର୍ଯ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ମଘା ନକ୍ଷତ୍ରର କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ସାମାଜିକ ସ୍ତରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ ।

କନ୍ୟା-କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମ ସମ୍ପନ୍ନ କରିପାରିବେ । ହସ୍ତା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟକୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡ଼ିପାରନ୍ତି । ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପ୍ୟାୟିତ କରିବେ । କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି ।

ତୁଳା-କୌଣସି ପ୍ରକାରର ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ । ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପଡ଼ୋଶୀ ସ୍ବାର୍ଥ ହାସଲ ସକାଶେ କଳହ କରିପାରନ୍ତି। ଚିତ୍ରା ନକ୍ଷତ୍ରର କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ଦୁଶ୍ଚିନ୍ତା ବଢିଯିବ ।

ବିଛା-ଆଜିର କାମଗୁଡ଼ିକ ଠିକ୍‌ଠାକ୍‌ ହୋଇଯିବ । କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ବନ୍ଧୁଙ୍କ ଆଦର, ଗୌରବରେ ଅତୀତ ଦୁଃଖକୁ ପାସୋରି ଦେଇ ପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟ, ସତ୍‌ସଙ୍ଗରେ ପ୍ରଶଂସିତ ହେବେ । ଅନୁରାଧା ଦୀର୍ଘ ଦିନର ପରିକଳ୍ପିତ ନୂତନ ଯୋଜନା ପାଇଁ କର୍ମତପତ୍ର ହୋଇ ଉଠିବେ ।

ଧନୁ-ଆପଣଙ୍କର ପୂର୍ବ ସମସ୍ୟା ବଦଳି ଯାଇ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସି ରହିବେ। ମୂଳା ନକ୍ଷତ୍ରର ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ଅଫିସ୍‌ କାମରେ ମଧ୍ୟାହ୍ନରେ ଟେନସନ୍‌ ବଢ଼ିପାରେ । ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ ।

ମକର-ଆଜି ମିଠା କଥା କହି ପ୍ରତ୍ୟେକ କାମ ହାସଲ କରିବାରେ ସମର୍ଥ ହେବେ । ବନ୍ଧୁମାନଙ୍କ ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ଶ୍ରବଣା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ।

କୁମ୍ଭ-ନିଜ ଲୋକଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁ ବିଚଳିତବୋଧ କରିବେ । ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଶତଭିଷା ନକ୍ଷତ୍ର ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ ।

ମୀନ-ଆଜି ଆବଶ୍ୟକତାରୁ ଅଧିକ କହିବା ଅହିତକର ହେବ। ଯାହାକୁ ବିଶ୍ୱାସ କରି କିଛି ଗୋପନୀୟ କଥା କହିବେ, ସେହି ବ୍ୟକ୍ତିହିଁ ସବୁ ସମସ୍ୟା ସୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଯିବ । ରେବତୀ ନକ୍ଷତ୍ର ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ହେଲଥ୍ କାର୍ଡ ଲୋଗୋ, ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ

ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...

Login