May 15, 2024 7:43 pm

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୭-୦୬-୨୦୨୩ ରିଖ ବୁଧବାର)

Facebook
Twitter
LinkedIn

ମେଷ-ଆଜି କର୍ମକ୍ଷେତ୍ରରେ ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି । ସାମୟିକ ଭାବପ୍ରବଣତା କାରଣରୁ ବିଭିନ୍ନ ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ କାମ ଚାପାରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ । ପାରିବାରିକ ସ୍ଥିତି, ପରିବହନ, ନିର୍ମାଣ, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ ।

ବୃଷ-ଛୋଟ ଛୋଟ ସାଧାରଣ କଥାକୁ ନେଇ ମାନସିକ ସ୍ତରରେ ଉତ୍ତେଜିତ ରହିବେ। ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିବେ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ ।

ମିଥୁନ-କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । ବ୍ୟବସାୟ ଓ ପରିବହନରେ କାମ ହାସଲ କରିବେ । ଉଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇଚ୍‌ପାରନ୍ତି ।

କର୍କଟ-ଗତକାଲିର ଅଧୁରା କାମକୁ ଆଜି ସମ୍ପନ୍ନ କରିବାରେ ସମର୍ଥ ହେବେ। ବନ୍ଧୁ ମିଳନ ସଙ୍ଗକୁ ଦୂରଯାତ୍ରା, ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ସାମିଲ୍‌ କରିପାରନ୍ତି । ଜମିଜମା, ମାଲିମକଦ୍ଦମା, ନିର୍ମାଣ, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍ସିପ୍‌ରେ ପ୍ରତିଷ୍ଠାର୍ଜନ କରିବେ । ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି ।

ସି˚ହ-କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି । ଫଳତଃ ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।

କନ୍ୟା-ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ତଥାପି ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାବଧାନ ରହନ୍ତୁ ନତୁବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।

ତୁଳା-ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଚିନ୍ତାର କାରଣ ହୋଇପାରେ । ମାଙ୍ଗଳିକ କାମରେ କୌଣସି ସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି । ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ ।

ବିଛା-କୌଣସି ବନ୍ଧୁଙ୍କ ଅସୌଜନ୍ୟ କାର୍ଯ୍ୟକଳାପ ମନକୁ ମାନ୍ଦା କରିଦେଇପାରେ । କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ । ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ ,ଫଳରେ ମତଦ୍ୱୈଧ ଘଟିବ। ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।

ଧନୁ-ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡ଼ିପାରେ । କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମକରିବା ଠିକ୍‌ ହେବ ନାହିଁ । ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି । ଅଧିକାଂଶ ସମୟ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।

ମକର-ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧିପାଇବ ।

କୁମ୍ଭ-କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।

ମୀନ-ପୂର୍ବଦିନଗୁଡ଼ିକ ଅପେକ୍ଷା ଆଜିର ଦିନଟି ସବୁ ଦିଗରୁ ଭଲ ରହିବ । ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗ ମଧ୍ୟ ଅବଶ୍ୟ ମିଳିବ । ଅସାବଧାନତା କିମ୍ବା ଅନ୍ୟମନସ୍କ କାରଣରୁ କୌଣସି ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇପାରନ୍ତି । ସଂଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login