The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୧-୦୬-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ-ଆଜି ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ବୃହସ୍ପତି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ । ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିଦେବ । ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା ଅନୁଭବ କରିବେ ।

ବୃଷ-ଆଜି ରାଶ୍ୟାଧିପତିଙ୍କ ଉପଚୟ ସ୍ଥାନାବସ୍ଥାନ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ। ଫଳତଃ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ଶୁକ୍ର କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ । ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି କାମ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି ।

ମିଥୁନ-ଏକାଦଶସ୍ଥ ବୁଧାଦିତ୍ୟ ଯୋଗ କାରଣରୁ ଆଜିର ଦିନ ଆପଣଙ୍କ ସକାଶେ ଅନୁକୂଳ ରହିବ। ଆଜି ପ୍ରଶଂସା ଓ ସମ୍ମାନ ଊଣା ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ପାପ ଗ୍ରହଯୁକ୍ତ ଚନ୍ଦ୍ର ହେତୁ ଅନ୍ୟମନସ୍କ ଜନିତ କୌଣସି ଭୁଲ୍‌ କାମକରି ଅନୁତପ୍ତ ହେବାକୁ ପଡ଼ିପାରେ ।

କର୍କଟ-ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ର ବିନିମୟ ହେତୁ ବୈଷୟିକ ସୁଖ, ସମୃଦ୍ଧି, ସୃଜନୀଶକ୍ତିର ଅଭିବୃଦ୍ଧି କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିବ । ଫଳତଃ ଉଚ୍ଚ ସମ୍ମାନ, ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବିତ ହେବେ । ସାହିତ୍ୟ ଚର୍ଚ୍ଚା, ଉତ୍ସବାନୁଷ୍ଠାନ, ମନୋରଞ୍ଜନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ ।

ସି˚ହ-ଆଜି କର୍ମଭାବସ୍ଥ ରାଶ୍ୟାଧିପତି ହେତୁ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇନେବେ । କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମ୍ନାରେ କିଏ କହିପାରିବେ ନାହିଁ । ସାଧାରଣ ସମସ୍ୟାକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ । ନୂତନ ଯାନବାହନ, ଜମିଜମା, ବନ୍ଧୁ ମିଳନ, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିପାରନ୍ତି ।

କନ୍ୟା-ଏକାଧିକ ଗ୍ରହଦୃଷ୍ଟ ମୁଖଭାବ ଯୋଗୁ କଥା କହିବାର କଳା ସାଙ୍ଗକୁ କୌଶଳ ପ୍ରୟୋଗ ଦ୍ୱାରା ଏମିତି କୌଣସି କାମ ନାହିଁ, ଯାହା ଆପଣ କରିପାରିବେ ନାହିଁ । ଯେଉଁ କାମ କରିବେ କୃତକାର୍ଯ୍ୟ ହେବେ। ସାହିତ୍ୟ, ଗବେଷଣା, ଏଜେନ୍ସିପ୍‌ରୁ ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ସାଂଗଠନିକ କାର୍ଯ୍ୟ, ରାଜନୀତି କ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ ହେବେ ।

ତୁଳା-ଆଜି ଚନ୍ଦ୍ର ନିଜ ରାଶିରେ ରହି ଏକାଧିକ କାର୍ଯ୍ୟ ସକାଶେ ପ୍ରେରଣା ପ୍ରଦାନ କରିବେ । ଧନ ସ୍ଥାନରେ କେତୁଯୁକ୍ତ ହେତୁ ଋଣଗ୍ରସ୍ତ ହେବାର ସମ୍ଭାବନା ରହିଛି। ଭୁଲ୍‌ ବୁଝାମଣାଜନିତ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେବ । ପ୍ରକାଶନ, ପରିବହନ, ନିର୍ମାଣ, ମାଲିମକଦ୍ଦମା ସମ୍ପର୍କିତ ଫଳ ମଧ୍ୟମ ପ୍ରକାରର ଅନୁଭୂତ ହେବ ।

ବିଛା-ଭାଗ୍ୟ ସ୍ଥାନରେ କଣାକୁଜା ଯୋଗ ହେତୁ ଉଚ୍ଚଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ସଫଳତା ହାସଲ କରିବେ । ସାମାଜିକ ପ୍ରତିଷ୍ଠା ଲାଭ ସାଙ୍ଗକୁ ଅର୍ଥନୈତିକ,ବ୍ୟବସାୟିକ, ସାଂଗଠନିକ ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ । ହିତୈଷୀଙ୍କ ବଦାନ୍ୟତାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ ।

ଧନୁ-ରାଶ୍ୟାଧିପ ଶନି ଓ ରାହୁକେତୁଙ୍କ ଦ୍ୱାରା ପୀଡ଼ିତ ହେତୁ ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, କିନ୍ତୁ ତାହା ହିଁ ଆଗାମୀ ସମୟ ପାଇଁ ଅହିତକର ହୋଇପାରେ। ମନର କୋହକୁ ଚାପିରଖି ଯନ୍ତ୍ରବତ୍‌ କାମ କରିବେ ।

ମକର-ବଳବାନ୍‌ ଶନି ପ୍ରଭାବରୁ ଶାରୀରିକ ସୁସ୍ଥତା ଓ ସମ୍ପର୍କୀୟଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରିବେ । ଦୋଷଯୁକ୍ତ ଚନ୍ଦ୍ର ହେତୁ ଅସାବଧାନତାବଶତଃ ଧନହାନି, ଦବ୍ର୍ୟ ନଷ୍ଟହେବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବେ । ଋଣ ପରିଶୋଧ, କଚେରି ମାମଲା ମଧ୍ୟ ଚିନ୍ତାଜନକ ରହିବ ।

କୁମ୍ଭ-ଷଷ୍ଠାଧିପ ଭାଗ୍ୟସ୍ଥାନସ୍ଥ ଯୋଗୁ ଆଜିର କାମଗୁଡ଼ିକ ସମ୍ପାଦିତ ହେଲେ ମଧ୍ୟ କିଛିନା କିଛି ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ । ପାପଯୁକ୍ତ ଗୁରୁ ଜନିତ ଆର୍ଥିକ କ୍ଷେତ୍ରରେ ଚୋରି, ଭିଜିଲାନ୍ସଜନିତ ଧନହାନିର ସୂଚନା ରହିଛି । ପରିବାରରେ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିପାରନ୍ତି ।

ମୀନ-ଆଜି ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ର ବିନିମୟଜନିତ ସୁପ୍ରଭାବରୁ ଉନ୍ନତ ଚିନ୍ତାଧାରା କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ସନ୍ତାନଙ୍କ କୃତିତ୍ୱଜନିତ ଗୌରବରେ ନିଜେ ଗୌରବାନ୍ବିତ ହୋଇପାରନ୍ତି । କିନ୍ତୁ ଚନ୍ଦ୍ରକେତୁ ସଂଯୋଗ ଆପଣଙ୍କୁ ଅପରିଣାମଦର୍ଶୀ କରାଇ ଅଶାନ୍ତି ସୃଷ୍ଟି କରିପାରେ । ସାମାଜିକ ସ୍ତରରେ ଆଦରଣୀୟା ହେବାର ଗୌରବ ଅର୍ଜନ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login