May 15, 2024 5:20 pm

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୩୧-୦୫-୨୦୨୩ ରିଖ ବୁଧବାର)

Facebook
Twitter
LinkedIn

ମେଷ-ଆଜି ବନ୍ଧୁମିଳନ ସହ କୌଣସି ଆନୁଷ୍ଠାନିକ କାମରେ ସାହାଯ୍ୟ କରି ପ୍ରଶଂସିତ ହେବେ । କିଛିଟା ଭଲ ସହ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। କୃତ୍ତିକା ନକ୍ଷତ୍ର ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ପ୍ରଯନତ୍ କରିବେ ।

ବୃଷ-ଆଜି ଆପଣଙ୍କ କଥା ଓ କାମ ସରସ, ସୁନ୍ଦର ହୋଇପାରିବ। ଯେଉଁ କାମରେ ମୁଣ୍ଡ ପୂରାଇଛନ୍ତି, ଆପଣଙ୍କ ବୁଦ୍ଧିମତ୍ତା ହିଁ ସେହିକ୍ଷେତ୍ର ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିବ । କୌଣସି ଆଲୋଚନାରେ ତର୍କ ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ । ରୋହିଣୀ ମନୋରଞ୍ଜନର ଖୁରାକ ଯୋଗାଇବାରେ ବନ୍ଧୁ ସହଯୋଗ କରିବେ ।

ମିଥୁନ-ପାରିବାରିକ ସମସ୍ୟାରେ ନୟାନ୍ତ ହେବେ । ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତି ନିନ୍ଦା ଗାଇ ବୁଲିବେ । ଘରକୁ ଆସି ଫେରି ଯାଇଥିବା ବନ୍ଧୁ ପୁଣି ଲେଉଟି ଆସିବାରୁ ମନରେ ସରସତା ରହିବ ନାହିଁ। ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ ।

କର୍କଟ-ହାତର ସୁନା ଭେଣ୍ଡି ପରି ନିଜ ଲୋକ ଦାଉ ସାଧିଲେ କାହାକୁ କହିପାରିବେ ନାହିଁ । ଆଜି ଘରେ ହେଉ କିମ୍ବା ଅଫିସରେ ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିବେ। ଅଶ୍ଳେଷା ସକାଶେ ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ। ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ ।

ସି˚ହ-ଘର ନିଆଁ ବୋଲି କାନି ପଣତରେ ସାଇତି ରଖିଲେ ଯେପରି ଅବସ୍ଥା ହୁଏ ପାରିବାରିକ ସ୍ଥିତି ସେହିପରି ରହିବ । ମଘା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ଦରକାରୀ କାଗଜପତ୍ର କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇପାରନ୍ତି । ବିଦେଶ ଯାତ୍ରାକୁ ମନବଳାଇବେ ।

କନ୍ୟା-ଭୁଲ୍‌ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିବେ। ଉତ୍ତରାଫାଲ୍‌ଗୁନୀ ନିଜ ପରିସରରେ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। ଅସାବଧାନତା କାରଣରୁ ସୁନା,ଅଳଙ୍କାର ହଜି ଯାଇପାରେ ।

ତୁଳା-ମନ ଯଦି ଗଙ୍ଗା,ଗାଡ଼ିଆ ହୁଏ ଗଙ୍ଗାପରି ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କାମକୁ ସେହି ଦୃଷ୍ଟିକୋଣରୁ କରିବେ। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ,ନତୁବା ଅସୁବିଧାରେ ପଡ଼ିପାରନ୍ତି । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବାନ୍ଧବୀଟି କ୍ରମଶଃ ଦୂରେଇ ଯିବ । ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ ।

ବିଛା-ଅନ୍ୟମାନଙ୍କୁ ସତ୍‌ ପରାମର୍ଶ ଦେବେ କିନ୍ତୁ ନିଜେ ପାଳନ କରିବା କାଠିକର ପାଠ ହୋଇପାରେ । ବିଶାଖା ନକ୍ଷତ୍ର ଲକ୍ଷ୍ୟଭ୍ରଷ୍ଟ ହୋଇ ଅସଲ କାମ ଛାଡି ମରୀଚିକା ପଛରେ ଦୌଡି ପାରନ୍ତି । ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।

ଧନୁ-ନିଜକୁ ସମ୍ଭାଳି ନେଇ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁନାହିଁ । ବିଭିନ୍ନ ସମସ୍ୟା ଭିତରେ ଆଜି ସାହାଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହେବେ । ତେଣେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ। ଶିଳ୍ପ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ ।

ମକର-ଗ୍ରହମାନଙ୍କ ଅନୁକୂଳତାରୁ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବାରେ ସାହାଯ୍ୟ କରିବେ । ଶ୍ରବଣା ନକ୍ଷତ୍ରର ବନ୍ଧୁଙ୍କ ଆଗମନ ଯୋଗୁ ମଉଜରେ ସମୟ ଅତିବାହିତ କରିପାରନ୍ତି । କର୍ମକ୍ଷେତ୍ରରେ ଖଳ ଲୋକଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ । ଉତ୍ତରାଷାଢ଼ା ନକ୍ଷତ୍ର ଅନ୍ୟମନସ୍କ ହେତୁ ଭୁଲ୍‌ କାମ କରି ଅନୁତପ୍ତ ହେବେ ।

କୁମ୍ଭ-ଅବହେଳା ଯୋଗୁ କେତେକ କାମ ସକାଶେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଅବସ୍ଥାରେ ଉନ୍ନତି ନ ହେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେବେ ।

ମୀନ-ହରି ରଖେ ମାରେ କିଏ? ହରି ମାରେ ରଖେ କିଏ ? ପରି ବୃହସ୍ପତିଙ୍କ ଶୁଭ ଦୃଷ୍ଟି କର୍ମସ୍ଥାନକୁ ଥିବାରୁ ସମସ୍ତ ବିପଦରୁ ରକ୍ଷାପାଇବେ । ଅତୀର ଘଟଣାକୁ ନେଇ ଯେତିକି ଯେତିକି ଅଧିକ ଭାବୁଥିବେ ସେତିକି ସେତିକି ମନଟା ଅଧିକ ଖରାପ ଲାଗିବ । ଉତ୍ତରଭାଦ୍ରବ ନକ୍ଷତ୍ର ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login