ନୂଆଦିଲ୍ଲୀ : ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ । ଆଗୁଆ କୈାଣସି ସୂଚନା ନ ଥିବାରୁ ଯାତ୍ରୀ ଅସନ୍ତୋଷ । ବିମାନ ବନ୍ଦରକୁ ଆସି ଫେରୁଛନ୍ତି ଯାତ୍ରୀ । କର୍ତ୍ତୁପକ୍ଷ ଟିକେଟ କ୍ୟାନସଲ କି ଟଙ୍କା ଫେରସ୍ତ କରୁ ନ ଥିବା ଅଭିଯୋଗ । ବିଗତ ୪ ଦିନ ହେଲାଣି ବିମାନ ଉଡ଼ାଣ ଲଗାତାର ବିଳମ୍ବ ଏବଂ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ଦିନ ୫୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ଏୟାରପୋର୍ଟରେ ହଙ୍ଗାମା ସ୍ଥିତି ରହିଛି । ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସଙ୍କଟ ଦୂର ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।
ଏହାରି ଭିତରେ ଡିଜିସିଏ ଇଣ୍ଡିଗୋକୁ ସମନ କରିଥିବା ଜଣାପଡିଛି । ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ବୈଠକରେ ସାମିଲ ହେବାକୁ ଇଣ୍ଡିଗୋ ଅଧିକାରୀଙ୍କୁ କୁହାଯାଇଛି । ଯାତ୍ରୀମାନେ ଏୟାରପୋର୍ଟରେ ୧୨-୧୪ ଘଣ୍ଟା ଧରି ଅପେକ୍ଷା କରିଛନ୍ତି । ଯାତ୍ରୀମାନଙ୍କୁ କୌଣସି ଖାଦ୍ୟ କି ପାଣିର ବ୍ୟବସ୍ଥା କରାଯାଇନାହିଁ ।
ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ୨୨୫ ଟି, ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।
ଆଜିବି ଇଣ୍ଡିଗୋ ବିମାନ ଉଡାଣରେ ସମସ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆବର୍ଷରେ ବୋର୍ଡ ନିଗମ ନିଯୁକ୍ତି !
ଭୁବନେଶ୍ୱର : ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯ୍ଧବ ଘୋଷଣା ହେବ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।...
ଆଜିର ANM ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...
ଖାଇକୁ ଖସିଲା କାର , ୫ ଜଣଙ୍କ ଚାଲିଗଲା ଜୀବନ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର...
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...











