କେନ୍ଦ୍ରାପଡା : ଆଜିଠୁ ଭିତରକନିକା ବନ୍ଦ । ଦୀର୍ଘ ୩ ମାସ ଧରି ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ୟ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ବନବିଭାଗ ଭିତରକନିକାକୁ ପର୍ୟ୍ୟଟକ ମାନଙ୍କୁ ବାରଣ କରିଥାଏ । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଭିତରକନିକା । ଏହି ୩ମାସ ଭିତରକନିକା ଭିତରେ ବୋଟ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।
Views: 38