ଭୁବନେଶ୍ୱର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ରାଜ୍ୟରେ ନୂଆ ସରକାର ଆଣିବେ ପ୍ରଥମ ବଜେଟ । ଅଧିବେଶନରେ ରହିଛି ମୋଟ ୨୭ଟି କାର୍ୟ୍ୟ ଦିବସ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତା ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହରେ ଉପସ୍ଥାପନ ହେବ ।କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀଙ୍କ ବିରୋଧ । ଗୃହରେ ଆରମ୍ଭରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିଜ ଆସନରେ ଛିଡ଼ାହୋଇ ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦରେ କକ୍ଷତ୍ୟାଗ କରିଛନ୍ତି । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓଡ଼ିଆ ଏଏସଓଙ୍କୁ ମାଡ଼ମାରିଥିଲେ । ଏନେଇ ଅଭିଯୋଗ ପରେ ବି ନିଆଯାଇନି କାର୍ୟ୍ୟାନୁଷ୍ଠାନ ।
Views: 57