The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଆସନ୍ତା ୨୬ ଯାଏଁ ବର୍ଷା ଲାଗି ରହିବ . ସେପଟେ ବସା ବାନ୍ଧୁଛି ଆଉ ଏକ ଲଘୁଚାପ

Facebook
Twitter
LinkedIn

ଭୁବନେଶ୍ୱର: କୋହଲା ପାଗକୁ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏ ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।ସେପଟେ ୨ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏହା କ୍ରମଶଃ ଦୁର୍ବଳ ହେବ। ହେଲେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁତୁହା ବର୍ଷା ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login