ନୂଆଦିଲ୍ଲୀ : ଆଜିଠୁ ପୁଣି ଆରମ୍ଭ ହେଉଛି ଆଇପିଏଲ । ଅପରେସନ ସିନ୍ଦୂର ପାଇଁ ସ୍ଥଗିତ ଥିଲା ଟୁର୍ଣ୍ଣାମେଣ୍ଟ । ନୂଆସିଡ୍ୟୁଲରେ ଖେଳାଯାଉଛି ଅବଶିଷ୍ଟ ମ୍ୟାଚ । ବେଙ୍ଗାଲୁରୁରେ ଆରସିବି-କେକେଆର ମଧ୍ୟରେ ମୁକାବିଲା । ଏହି ମୁକାବିଲା କେକେଆର୍ ପାଇଁ କର ବା ମର ସ୍ଥିତି ରହିବ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି ଆର୍ସିବି । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ । ସେପଟେ ମ୍ୟାଚ୍ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ ।
Views: 69