ଗଜପତି : ଗାଁ କୁ ଉନ୍ନତିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଗାଁ ଠୁ ସହର ସବୁ ହେବ ସମାନ । ଗାଁକୁ ଗଡ଼ିବ ଲକ୍ଷ୍ମୀ ବସ । ଗଜପତିରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ ଆଜି ଦ୍ବୀତିୟ ପର୍ୟ୍ୟାୟରେ ଗଜପତି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ବସ ସେବା । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି । ଆଜି ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ଭଚୁର୍ଆଲ ମୋଡରେ ଯୋଡି ହୋଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀ ବସ ସେବାର ଲୋର୍କାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ବୋଲି ଆଶା କରାଯାଉଛି।
Views: 74