The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆକାଶରେ ଉଡୁଛନ୍ତି କୁଇନ: କହିଲେ ମୁଁ ସବୁଠୁ ବେଷ୍ଟ ହୋଷ୍ଟ

Facebook
Twitter
LinkedIn

 ବୋଲ ମାନୁନି କଙ୍ଗନାଙ୍କ ତୁଣ୍ଡ । କେତେବେଳେ ସେ କାହାକୁ କଣ କୁହନ୍ତି ତା ଜାଣିବା ମୁସ୍କିଲ । ଏଥିପାଇଁ ସେ ସର୍ବଦା ଲାଇମଲାଇଟରେ ରହିଆସିଥାନ୍ତି । ସେ ରାଜନୀତି ହେଉ ବା ନିଜ ରିଅଲ ଲାଇଫ୍ । ସେ ଇଣ୍ଡଷ୍ଟ୍ରିର ସର୍ବଦା ଚର୍ଚ୍ଚିତ ଚେହେରା । ଏବେ ସେ ତାଙ୍କର ସୋ ‘ଲକ୍ ଅପ୍’କୁ ନେଇ ଫୋକସରେ । କତା କପୁରଙ୍କ ରିଆଲିଟି ସୋ ‘ଲକ୍ ଅପ୍’ ଜରିଆରେ ହୋଷ୍ଟିଂରେ ଡେବ୍ୟୁ କରିଥିଲେ କଙ୍ଗନା । ଆଉ ସୋ ଆରମ୍ଭରୁ ହିଁ ସେ ଚର୍ଚ୍ଚିତ । ଶୋରେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳୁଛି । ଦର୍ଶକମାନେ ଲକଅପ୍ ଏବଂ ଏହାର ସଫଳତା ପାଇଁ ସକରାତ୍ମକ ପ୍ରତିକ୍ରିୟା ଉପରେ ହୋଷ୍ଟ କଙ୍ଗନା ରଣାଓ୍ୱତ ପ୍ରତିକ୍ରିୟା ଦେଇଛନ୍ତି । ସୋ ସୋଡିଆଲ ମିଡିଆ ଅର୍ଥାତ୍ ଇନଷ୍ଟାରେ ଲମ୍ୱା ନୋଟ୍ ଲେଖିଛନ୍ତି ।

ଏଥିରେ ସେ ସୋର ହୋଷ୍ଟିଂ ଓ ସଫଳତା ନେଇ କିଛି ଲେଖିଛନ୍ତି । ପୋଷ୍ଟରେ ଲେଖିଛନ୍ତି ଶାହରୁଖ, ଅକ୍ଷୟ କୁମାର, ପ୍ରିୟଙ୍କା ଚୋପଡା, ରଣବୀର ସିଂହଙ୍କ ଭଳି ସଫଳ ଅଭିନେତା, ଅଭିନେତ୍ରୀ ହୋଷ୍ଟିଂରେ ବିଫଳ ହୋଇଛନ୍ତି । ସେ କହିଛନ୍ତି ଯଦିଓ ଏମାନେ କ୍ୟାରିୟରରେ ସଫଳ କିନ୍ତୁ ହୋଷ୍ଟିଂରେ ବିଫଳ । କନ୍ତୁ ଅମିତାଭ ବଚ୍ଚନ, ସଲମାନ ଖାନ୍ ଏବଂ କଙ୍ଗନା ରାଣାଓ୍ୱତ ଏମାନେ ସବୁ ହୋଷ୍ଟିଂରେ ସଫଳ । ମୁଁ ଏହି ସଫଳ ଅଭିଯାନରେ ସାମିଲ ହୋଇଥିବାରୁ ବହୁତ ଗର୍ବୀତ । ସେ ଆହୁରି ଲେଖିଛନ୍ତି- ‘ମୁଁ ଇଚ୍ଛା କରେ ମୋତେ ଏ ବଷୟରେ ସ୍ପଷ୍ଟ ଭାବେ କହିବାକୁ ପଡୁଛି । କାରଣ କିଛି ଇର୍ଷାପରାୟଣ ଚଳଚ୍ଚିତ୍ର ମାଫିଆ ମୋତେ ଏବଂ ମୋ ଶୋକୁ ବଦନାମ କରିବା ପାଇଁ ସବୁକିଛି କରୁଛନ୍ତି । ତେଣୁ ମୋତେ ଜରୁରୀ କାର୍ଯ୍ୟ କରିବାକୁ ପଡିଲା । ଯଦି ମୁଁ ସମସ୍ତଙ୍କ ପାଇଁ ଛିଡାହେଉଛି, ମୁହଁ ଖୋଲୁଛି । ତେବେ ମୋ ନିଜ ପାଇଁ କାଇଁ ନୁହେଁ ।ପୀଢିର ଏକମାତ୍ର ସଫଳ ହୋଷ୍ଟ ହେବା ଆଶ୍ଚର୍ଯ୍ୟଜନକ । ସୂଚନା ଥାଉକି, କିଛି ଦିନ ପୂର୍ବରୁ, କଙ୍ଗନା ତାଙ୍କ ଶୋ’ର ୨୦୦ ମିଲିୟନ୍ ଭ୍ୟୁ ଅତିକ୍ରମ କରିଥିବାରୁ କରଣ ଜୋହରରେ ପ୍ରତିକ୍ରିୟା ରଖିଥିଲେ । ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି – ‘ଯେହେତୁ ଲକଅପ୍ ୨୦୦ ମିଲିୟନ୍ ଭ୍ୟୁ କରିଛି, ପୁରା ଚାଙ୍ଗୁ-ମାଙ୍ଗୁ ସେନା । କାରଣ କେତେ କଣ କରିବା ପରେ ୨୦୦ମିଲିୟନ୍ ଦେଖିବାକୁ ମିଳିଲା । ଆଗକୁ ଦେଖ କ’ଣ ଘଟିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login