କେନ୍ଦ୍ରାପଡା : ଆଇଟମ ମାଚ ପାଇଁ ରଣକ୍ଷେତ୍ର ହେଲା ଯାତ୍ରାମଞ୍ଚ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବଲକର କୁଦନଗରୀ ସ୍ଥିତ ଶୁକ ପରିଷଦ ଆଶ୍ରମରେ ମାଘ ମେଳା ପାଇଁ ଆୟୋଜନ ହୋଇଥିଲା ଯାତ୍ରା । ଏଥି ପାଇଁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଷ୍ଟେଜ ଶୋ ପାଇଁ ଆଣିଥିଲେ ଶୁକ ପରିଷଦ । ନିଶାଙ୍କ ନ୍ୟୁଡ ନୃତ୍ୟ ଦେଖିବା ପରେ ଆରମ୍ଭ ହୋଇଥିଲା ହୋହଲ୍ଲା । ନୃତ୍ୟ ବନ୍ଦ କରିବାକୁ କିଛି ଦର୍ଶକ କହିଥିବା ବେଳେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି କରଇଥିଲେ । ଏହା ପରେ ଧସ୍ତାଧସ୍ତି ବଚସା ହୋଇଥିଲା । ପରେ ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ ସୁରକ୍ଷା ପାଇ ଗୋଟିଏ ସ୍ଥାନରେ ଏକଯୁଟ ହେବା ସହ ନିଶା ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଗଲେ । ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି । ତେବେ ସ୍ଥାନୀୟ ପୋଲିସର ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଯାତ୍ରା କମିଟି ଅଭିଯୋଗ କରିଛି ।
ଆଇଟମ ନାଚ ପାଇଁ ଯାତ୍ରାମଞ୍ଚ ପାଲଟିଲା ରଣକ୍ଷେତ୍ର, ଗଣ୍ଡଗୋଳରେ ୨ ଗୁରୁତର

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...