The Ultimate Managed Hosting Platform
ADVERTISEMENT

ଆଇଏଏସ ଧୀମାନ ଚକମା ଗିରଫ

Facebook
Twitter
LinkedIn

ଧର୍ମଗଡ : ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ । ଆଇଏଏସ ଧୀମାନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ବ୍ୟବସାୟୀଙ୍କୁ କାର୍ଯ୍ୟାନୁଶ୍ଠାନ ଚେତାବନୀ ଦେଇ ୨୦ ଲକ୍ଷ ଦାବି କରିଥିଲେ । ଉପଜିଲ୍ଲାପାଳଙ୍କୁ ଆଜି ଝାଳବୁହା ଜେରା ହୋଇଥିଲା । ଧୀମାନ ଚକମାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା ଭିଜିଲାନ୍ସ । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ ପହଂଚି ଥିଲା । କାର୍ୟ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ । କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ଟିମ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କଠୁ ୨୬ଟି ୧୦୦ ଟଙ୍କିଆ ନୋଟ ବଣ୍ଡଲ ଜବତ କରାଯାଇଛି। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ଡିଲ୍ କରିଥିଲେ। ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login