The Ultimate Managed Hosting Platform
ADVERTISEMENT

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ସର୍ଭେ ରିପୋର୍ଟ ୁପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬ରେ ଡିଜିପି ୍ଭିବୃଦ୍ଧି ୬.୩ ପ୍ରତିଶତରୁ ୮ ପ୍ରତିଶତ ମଧ୍ୟରେ ରହିବା ଆକଳନ । ରିପୋର୍ଟରେ କୁହାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ । ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ର ଆକଳନ ୬.୫% ଓ ବିଶ୍ବ ବ୍ୟାଙ୍କର ଆକଳନ ୬.୭% ସହ ମେଳ ଖାଉଛି । ସରକାରଙ୍କ ମୁଦ୍ରାସ୍ପୀତି ପରିଚାଳନାରେ ସୁଫଳ ମିଳିଛି ଓ ତାହା ନିୟନ୍ତ୍ରଣରେ ରହିଛି । ନୂଆ ଆର୍ଥିକ ବର୍ଷରେ ଜିଏସଟି ଆଦାୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ନିଯୁକ୍ତି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବକୁ ନେଇ ଅର୍ଥନୈତିକ ସର୍ଭେରେ ଚେତାବନୀ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ବାହ୍ୟ ଚ୍ୟାଲେଞ୍ଜକୁ ଦାୟୀ କରାଯାଇଛି। ରପ୍ତାନି ହ୍ରାସ ନେଇ ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ଉତ୍ପାଦନ କ୍ଷେତ୍ରରେ ଚୀନ୍ ଉପରେ ନିର୍ଭରଶୀଳତାକୁ ନେଇ ଅର୍ଥନୈତିକ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି। ସର୍ବେକ୍ଷଣରେ ଶିଳ୍ପଗୁଡ଼ିକର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login