ନୂଆଦିଲ୍ଲୀ : ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି ଗଭୀରତା ରହିଥିଲା । ଏହା ପୂର୍ବରୁ ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯେଉଁଥିରେ ଅତି କମରେ ୧,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩,୦୦୦ ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର ପ୍ରୟାସ ଜାରି ରହିଛି ।
Views: 38