The Ultimate Managed Hosting Platform
ADVERTISEMENT

ଅମିତାଭ ବଚ୍ଚନ ଝିଅ ଶ୍ୱେତାକୁ ଉପହାରରେ ଦେଲେ “ପ୍ରତୀକ୍ଷା ବଙ୍ଗଳା”!

Facebook
Twitter
LinkedIn

ମୁମ୍ବାଇ : ଝିଅ ଶ୍ୱେତାକୁ ଅମିତାଭଙ୍କ ଉପହାର । ଉପହାର ଦେଲେ ପ୍ରତୀକ୍ଷା ବଙ୍ଗଳା । ଏ ନେଇ କୈାଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ବିଶଷେ ସୂତ୍ରରୁ ଖବର ମିଳିଛି । ସୁପର ଷ୍ଟାର ଅମିତାଭ ବଚ୍ଚନ ନିଜ ସ୍ତ୍ରୀ ଜୟା ବଚ୍ଚନ , ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣିଙ୍କ ସହ ଏହି ବଙ୍ଗଳାରେ ରୁହନ୍ତି । ଏହି ବଙ୍ଗଳାରେ ମଧ୍ୟ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ବିବାହ ହୋଇଥିଲା । ତେଣୁ ବିଶେଷ ସୂତ୍ରରୁ ଜଣା ପଡିଛି କି ଅମିତାଭ ବଚ୍ଚନ ଏହି ବଙ୍ଗଳାକୁ ନିଜ ଝିଅ ନାଁ କରିଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଜଣେ ଲେଖକ, ସ୍ତମ୍ବକାର ଏବଂ ଫ୍ୟାସନ ଡିଜାଇନର ।


ସୂଚନା ଅନୁଯାୟୀ , ଏହି ବଙ୍ଗଳା ୧୬,୮୪୦ ବର୍ଗଫୁଟରେ ରହିଛି । ଶ୍ୱେତାଙ୍କୁ ଉପହାର ଦେବା ପାଇଁ ୮ ନଭେମ୍ବରରେ ଏକ ଦସ୍ତାବିଜ ଅମିତାଭ ବଚ୍ଚନଙ୍କ ପକ୍ଷରୁ ଲେଖାଯାଇଛି । ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅମିତାଭ ବଚ୍ଚନଙ୍କ ପାଇଁ ଏହି ବଙ୍ଗଳା ବହୁତ ମହତ୍ତ୍ୱ ରଖେ । କାରଣ ଏହା ତାଙ୍କର ପ୍ରଥମ ସମ୍ପତି ଥିଲା । ଅମିତାଭ ବଚ୍ଚନ ନିଜ ପିତା ହରିବଂଶ ରାୟ ବଚ୍ଚନ ଏକ କବିତାର ପଂକ୍ତିରୁ ଏହି ବଙ୍ଗଳାର ନାଁ ପ୍ରତୀକ୍ଷା ରଖିଥିଲେ । ବର୍ତ୍ତମାନ ଅମିତାଭ ବଚ୍ଚନ ନିଜ ପରିବାର ସହ ଜଲସା ବଙ୍ଗଳାରେ ରହୁଛନ୍ତି । କିନ୍ତି ଏହି ପ୍ରତୀକ୍ଷା ବଙ୍ଗଳା ଅମିତାଭଙ୍କ ପାଇଁ ଏକ ଭାବନାତ୍ମକ ସମ୍ପତି ରହିବ । ପରିବାର ଲୋକଙ୍କର ଅନେକ ସ୍ମୃତି ଏଥିରେ ଯୋଡି ହୋଇ ରହିଛି ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login