The Ultimate Managed Hosting Platform
ADVERTISEMENT

ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନଙ୍କୁ ଭେଟି ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଯାଇଥିବା ଦିଦି ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ବୋଲି ସମ୍ବୋଧନ କରିଛନ୍ତି। ମୁମ୍ବାଇରେ ପହଞ୍ଚି ଅମିତାଭଙ୍କ ବାସଭବନକୁ ଯାଇ ପୂରା ବଚ୍ଚନ ପରିବାରକୁ ଭେଟିଥିଲେ ମମତା ବାନାର୍ଜୀ। ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ୟ୍ୟା ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଉପସ୍ଥିତ ଥିଲେ। ଅମିତାଙ୍କ ଝିଅ ସ୍ବେତା ବଚ୍ଚନ ଓ ନାତୁଣୁ ନବ୍ୟା ନବେଲୀ ନନ୍ଦଙ୍କୁ ମଧ୍ୟ ଭେଟିଛନ୍ତି ଦିଦି। ଅମିତାଭଙ୍କ ପରିବାର ଭାରତର ୧ ନମ୍ବର ପରିବାର। ଭାରତର ଚଳଚିତ୍ର ଶିଳ୍ପକୁ ତାଙ୍କର ବହୁତ ବଡ଼ ଅବଦାନ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏଥିସହ ଅମିତାଭ ବଚ୍ଚନଙ୍କୁ କୋଲକାତା ଦୁର୍ଗାପୂଜା ଏବଂ କୋଲକାତା ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login