ନୂଆଦିଲ୍ଲୀ : ଅମରନାଥ ଯାତ୍ରା ସମୟରେ ଘଟିଛି ବଡ଼ ଅଘଟଣ । ଏପରି ଅଘଟଣ ଶନିବାର ଦିନ ଦେଖିବାକୁ ମିଳିଛି । ପହଲଗାମ ରୁଟରେ ଶ୍ରଦ୍ଧାଳୁଙ୍କ କାଫିଲେରେ ଯାଉଥିବା ୩ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛି । ଏହି ଅଘଟଣରେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ବ୍ରେକ୍ ହୋଇଯିବାରୁ ଏପରି ଅଘଟଣ ଘଟିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି ।ପବିତ୍ର ଅମରନାଥ ଗୁମ୍ଫାର ଏହି ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇଥିଲା । ୩୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଏବଂ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ହେବ ।
Views: 17