ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟାରେ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲା । ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ସୂଚନାନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଜଣେ ଯୁବକ ଲିପ୍ଟରେ ଫସି ରହିଥିଲେ । କାରଣ ସେହି ସମୟରେ କରେଣ୍ଟ କାଟି ଦିଆଯିବାରୁ ଫଳରେ ଲିପ୍ଟ ବନ୍ଦ ହୋଇଯାଇଥିଲା । ସେହି ଲିପ୍ଟରେ ଥିବା ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଅଘଟଣ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟା ୬.୪୪ରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ହିଁ ୪ମହଲାର ପୁରା ମଲକୁ ନିଆଁ ବ୍ୟାପିଯାଇଥିଲା । ଫଳରେ ମଲରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲିଭାଇବା ପରେ, ଏବେ କୁଲିଂ କାମ ଚାଲିଛି ଯାହା ଦ୍ୱାରା ପୁଣିଥରେ ନିଆଁ ବ୍ୟାପିବ ନାହିଁ ।
ଦିଲ୍ଲୀର ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







