The Ultimate Managed Hosting Platform
ADVERTISEMENT

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା, ସନ୍ଦିଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୋଲିସ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଗିରଫ ପରେ ସନ୍ଦିଗ୍ଧ ଯୁବକକୁ ବାନ୍ଦ୍ରା ପୋଲିସ ଷ୍ଟେସନ ଅଣାଯାଇଛି । ଗତକାଲି ସୈଫଙ୍କୁ ବାନ୍ଦ୍ରା ସ୍ଥିତି ଘରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସୈଫଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା । ତାଙ୍କର ସର୍ଜରୀ ମଧ୍ୟ କରାଯାଇଛି । ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ସୈଫଙ୍କୁ ଆକ୍ରମଣ ହେବା ପରେ ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ତାଙ୍କୁ ନେଇ ହସପିଟାଲକୁ ଆସିଥିଲେ ।ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ । ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ସୈଫଙ୍କୁ ହସ୍ପିଟାଲ ନେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login