କଟକ : ଏମସ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର ହୋଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଭିଜିତ ମଜୁମଦାର ଏମସ ସ୍ଥାନାନ୍ତର । ଶରୀରରେ ସୋଡିୟମ ଲେବୁଲ କମିିଯିବାରୁ ଗୁରୁତର ହୋଇଛନ୍ତି । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କହିରଖୁଛୁ ଯେ, ଅନେକ ଓଡ଼ିଆ ଭଜନ, ରୋମାଣ୍ଟିକ୍ ଏବଂ ଆଇଟମ ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟିଦେଇଛନ୍ତି ନିର୍ଦ୍ଦେଶକ ଅଭିଜିତ ମଜୁମଦାର । କେବଳ ସେତିକି ନୁହେଁ, ଏକ ଘରୋଇ ଟେଲିଭିଜନ୍ କାର୍ୟ୍ୟକ୍ରମରେ ଉପସ୍ଥାପନା ପାଇଁ ଅଭିଜିତଙ୍କୁ ଖୁବ ଲୋକପ୍ରିୟତା ମିଳିଛି । ପ୍ରଶଂସକ ଏବଂ ସହକଳାକାରମାନେ ଅଭିଜିତଙ୍କୁ ‘ଦାଦା’ ନାମରେ ଡାକୁଥିବାରୁ ସେ ‘ଦାଦା’ ନାମରେ ବେଶ୍ ପରିଚିତ ।
ଅଭିଜିତ ମଜୁମଦାର ଏମସ ସ୍ଥାନାନ୍ତର

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା
କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...
୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ
କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର...