
ଟଙ୍କାର ଡଉଲପ ଗଦିରେ ବସୁଥିବା ଲୋକ କେବେ ଅଭାବୀ ମଣିଷର ଦୁଃଖ କଣ ସେ ବୁଝିବାକୁ ଉଚିତ ମନେ କରିନଥାଏ | ତାର ଟଙ୍କା, ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ହିଁ ସବୁ କିଛି | କିନ୍ତୁ ଜଣେ ଅଭାବୀ ମଣିଷ ସେ ଯେତେ ଅଭାବରେ ଥିଲେ ମଧ୍ୟ ତାର ହୀରା, ନୀଳା, ମୋତି, ମାଣିକର ଲୋଡ଼ା ନଥାଏ ତାର କେଵଳ ନିଜ ଆତ୍ମ ସନମାନ ହିଁ ସବୁ କିଛି ହୋଇଥାଏ | ସେ ସମାଜ ଆଗରେ ଗୋଟେ ଭଲ ପରିଚୟ ପାଇନଥାଏ ସତ କିନ୍ତୁ ଲୋକଙ୍କ ହୃଦୟରେ ଖଣ୍ଡେ ଜାଗା କରି ଦେଇଥାଏ | ଯାହା ଫଳରେ ଲୋକେ ବିପଦରେ ପଡିଲେ ଧନୀ ଲୋକଙ୍କୁ ନୁହେଁ ଗୋଟେ ଗରିବ ଲୋକର ସାହାଯ୍ୟ ଲୋଡିଥାଆନ୍ତି |
ଟଙ୍କାର ପାହାଡ଼ ହେଉ କି ଟଙ୍କାର ଡଉଲପ ଗଦିରେ ବସୁଥିବା ଲୋକ କେବେ ଅଭାବୀ ଲୋକର ଦରଦ ବୁଝିବ ଏବଂ ତାର ଦୁଃଖ ବୁଝିବ ତାର ଅବା କିଏ ଗ୍ୟାରେଣ୍ଟି ଦେଇ ପାରିବ ଏବେ ପା କ୍ୟାମେରା ଅଛି ଲୋକଙ୍କ ପାଖରେ ଲୋକଙ୍କୁ ଲୋକହସା କରିବା ପାଇଁ ଅଭାବୀ ମଣିଷ ତ ବଞ୍ଚିବା ପାଇଁ ଟିକେ ରାହା ଖୋଜୁଥାଏ ଆଉ ଖୁସିରେ ବଞ୍ଚିବା ପାଇଁ ଗୋଟେ ଦରଦୀ ବନ୍ଧୁ ହେଉ ଅବା ଭାଇ ପରି ଭାଇ ଟିଏ ଆସି କାନ୍ଧରେ କାନ୍ଧ ମିଳଇ ଜୀବନ ବିତାଇବା ପାଇଁ ଜଣେ ଦରଦୀ ବନ୍ଧୁର ସାହାରା ଖୋଜୁଥାଏ |
ବେଳେବେଳେ ଲାଗେ ଯଦି ଧନୀ ଗରୀବର ପାର୍ଥକ୍ୟ ନଥାନ୍ତା ତାହାଲେ ଆଜିର ସମାଜରେ ଏକତା ରହିଥାନ୍ତା | ସ୍ୱାର୍ଥ ରଖି ସାହାଯ୍ୟ କରୁଥିବା ଲୋକ କେବେ ଗରିବର ଅନ୍ତର ଆତ୍ମାର କଥା କିମ୍ବା ତା ପେଟରେ ଥିବା ଭୋକ କେବେ ବୁଝି ପାରିବ ନାହିଁ |ଶିକ୍ଷିତ ସରଳବିଶ୍ୱାସୀ ମଣିଷ କେବେ ନିଜ ଅହଂକାର ଭିତରେ ରହେନି | ଅଭାବୀ ମଣିଷ ସିନା ଅଭାବ ଅନଟନରେ ରହେ ହେଲେ ଯଦି ଦରଦୀ ବନ୍ଧୁଟେ ତା ପାଖରେ ଥାଏ ସେ ସବୁ ଦୁଃଖ କଷ୍ଟ ଭୁଲିଯାଏ | ଯେଉଁ ଲୋକମାନେ ନିଜ ବୁଦ୍ଧି ଵିଵେକରେ ସତ ମାର୍ଗରେ ଚାଲନ୍ତି ସେମାନେ ଜୀବନରେ କେବେ ଦୁଃଖ କଷ୍ଟ ନ ପାଆନ୍ତି |