କୋରାପୁଟ : ଅବକାରୀ ଆଇଆଇସି ଓ କନଷ୍ଟେବଳଙ୍କୁ ମାଫିଆଙ୍କ ଆକ୍ରମଣ । ଗଞ୍ଜେଇ ରେଡ କରିବାକୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣ । କୋଟପାଡ ଥାନା ଘୋଡାହାଡ ଗାଁରେ ମାରଣାସ୍ତ୍ରରେ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ ଦେଖି ଆଉ ୫ କର୍ମଚାରୀ ଫେରି ଆସିଲେ । ଗୁରୁତର ଅବକାରୀ ଆଇଆଇସି ଓ କନଷ୍ଟେବଳ ମେଡିକାଲରେ ଭର୍ତ୍ତି ।
ଏ ନେଇ କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ବିଭାଗ ଆଇଆଇସିଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ । ଏହି ସମୟରେ ଗଞ୍ଜେଇ ମାଫିଆ ଅବକାରୀ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି ।
Views: 117