ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧୀ ଲଢେଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ । ପ୍ରତ୍ୟେକ ଟିମର ନେତୃତ୍ୱ ନେବେ ୭ ଜଣ ସାଂସଦ । ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ନେବେ ନେତୃତ୍ୱ । କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେବେ । ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ । ଶିବସେନାର ଶ୍ରୀକାନ୍ତ ଏକନାଥ ସିନେ୍ଦ ଟିମର ନେତୃତ୍ୱ ନେବେ । ଏହି ୭ଜଣଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ। ଏହି ସାଂସଦମାନେ ହେଲେ, କଂଗ୍ରେସ ସାଂସଦ ଶଶୀ ଥରୁର, ବିଜେପି ସାଂସଦ ରବି ଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମକେ ସାଂସଦ କାନିମୋଜି କରୁଣାନିଧି, ଏନସିପି ଏସପି ସାଂସଦ ସୁପ୍ରିୟା ସୁଲେ ଓ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଅପରସେନ ସିନ୍ଦୂର ଆରମ୍ଭ ହୋଇଥିଲା ଏବଂ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ। ତେବେ ପାକିସ୍ତାନର ଆତଙ୍କୀନୀତି ବିରୋଧରେ ଭାରତକୁ ସମର୍ଥନ ଯୋଗାଡ଼ ନେଇ ଏହି ପ୍ରତିନିଧି ମଣ୍ଡଳୀ ଗଠନ ସମ୍ପର୍କରେ ଚିନ୍ତା କରିଥିଲା ଭାରତ। ବିଭିନ୍ନ ରାଜନୈତିକ ଦଳ ନିର୍ବିଶେଷରେ ଏହି ପ୍ରସଙ୍ଗରେ ସମସ୍ତ ଦଳ ଏକ ହୋଇଛନ୍ତି ।
ଅପରେସନ ସିନ୍ଦୂର ବିଦେଶ ଯିବେ ସର୍ବଦଳୀୟ ଟିମ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...