ୱାୟାନାଡ : କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ଅଦ୍ୟତନ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି।ଉଦ୍ଧାର କାର୍ୟ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ଉତ୍ତର କମାଣ୍ଡର ଗୋଟିଏ ଜାଭର୍ ରାଡାର ଏବଂ ଦିଲ୍ଲୀର ତିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଅର୍ଗାନାଇଜେସର ଚାରିଟି ରେକୋ ରାଡାର ସହିତ ବାୟୁସେନା ବିମାନରେ ୱାୟନାଡକୁ ଯୋଗାଇ ଦିଆଯାଇଛି। ଏବେ ବି ପ୍ରାୟ ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂସ୍ଖଳନ ପରେ ଏନ୍ଡିଆର୍ଏଫ୍ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍ଡିଏଫ୍ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି।
Views: 78











