ଭୁବନେଶ୍ୱର : ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ, ଲାଇନରେ ଥିଲେ ଆଉ ୪୯ । ପ୍ରେସମିଟ କରି ଫର୍ଦ୍ଦାଫାସ କଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ନିଜକୁ ଗୁଇନ୍ଦା ଇନ୍ସପେକ ।ର କହି ବାୟୋଡାଟାରେ ଦର୍ଶାଇ ଠକୁଥିଲେ । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡିଥିଲା । ଆଉ ଧିରେ ଧିରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଧରାପଡିଯାଇଥିଲା ଛଦ୍ମବେଶୀ ଯୁବକ । କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜୀତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି।
ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ, ଲାଇନରେ ଥିଲେ ଆଉ ୪୯
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











