ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ । ୭ ଦଫା ଦାବି ଗୁଡିକ ହେଲା ୧- ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଅଣାଯାଉ । ୨-୬୦ ବର୍ଷ ବୟସ ପରେ ଡ୍ରାଇଭରଙ୍କୁ ପେନସନ ଦିଆଯାଉ । ୩-ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର୍ସ ୱେଲଫେୟାର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ । ୪- ଗାଡ଼ି ପାର୍କିଂ ଓ ଚାଳକଙ୍କ ବିଶ୍ରାମ ପାଇଁ ପ୍ରତି ୧୦୦ କିମି. ବ୍ୟବଧାନରେ ପାର୍କିଂସ୍ଥଳୀ ସହ ବିଶ୍ରାମଗୃହ କରାଯାଉ । ୫-ଓଡ଼ିଶାର ଖଣି ଖାଦାନରେ ଓଡ଼ିଶାର ୭୦ ପ୍ରତିଶତ ଚାଳକଙ୍କୁ କାମ କରିବାକୁ ସୁଯୋଗ ମିଳୁ । ୬-ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ । ଆନେ୍ଦାଳନ ଫଳରେ ଗାଡି ଚଳାଚଳ ବ୍ୟାଘାତ , ଯାତ୍ରୀ ହନ୍ତସନ୍ତ । ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଅସୁବିଧା ଭୋଗୁଛନ୍ତି ଯାତ୍ରୀ ।
Views: 14