ନୂଆଦିଲ୍ଲୀ : ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା । ଜନତାଙ୍କ ସେବା ଆମର ପ୍ରଥମ ସଙ୍କଳ୍ପ । ଜନତାଙ୍କ ସେବାରୁ ବିକଶିତ ଭାରତ ସମ୍ଭବ । ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ଚାହୁଁଛି, ଯୁବକ ମାନେ ଶିକ୍ଷା ପାଇଁ ବିଦେଶ ନ ଯାଆନ୍ତୁ । ନୂଆ ଶିକ୍ଷାନୀତିରେ ମାତୃ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୈାଶଳକୁ ଗୁରୁତ୍ୱ ଦିଆଯାଇଛି । ଏବେ ଡାକ୍ତରୀ ପାଠ ପଢ଼ିବାକୁ ଆଉ ବିଦେଶ ଯବାକୁ ପଡ଼ିବନି । ନିଜ ଦେଶରେ ହିଁ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଦେଶରେ ଥିବା ମେଡିକାଲ କଲେଜରେ ୭୫ ହଜାର ନୂଆ ଡାକ୍ତରୀ ସିଟ୍ ବୃଦ୍ଧି କରାଯିବ । ପୂର୍ବରୁ କମ ସଂଖ୍ୟକ ସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ୟୁକ୍ରେନ ଓ ବାଂଲାଦେଶ ଭଳି ଦେଶକୁ ଯିବାକୁ ପଡୁଥିଲା । ଯୁଦ୍ଧ ଓ ବିକ୍ଷୋଭ ପାଇଁ ସେଠାରେ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ଏବେ କିନ୍ତୁ ନିଜ ଦେଶରେ ଡାକ୍ତରୀ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ୫ ବର୍ଷ ମଧ୍ୟରେ ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ ।
୫ ବର୍ଷରେ ୭୫ ହଜାର ମେଡିକାଲ ସିଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଜି ଶ୍ରାବଣ ମାସର ତୃତୀୟ ସୋମବାର , ଶିବଙ୍କ ମସ୍ତକରେ ପାଣି ଲାଗି କରୁଛନ୍ତି ଭକ୍ତ
ଭୁବନେଶ୍ୱର : ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି...
ବନ୍ୟା : ୪ ପଞ୍ଚାୟତରେ ୨ ଦିନ ସ୍କୁଲ ଛୁଟି
ଭଦ୍ରକ : ବନ୍ୟା ବିତ୍ପାତ । ୪ ପଞ୍ଚାତରେ ୨ ଦିନ ସ୍କୁଲ ଛୁଟି । ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ସ୍କୁଲ ଛୁଟି ଘୋଷଣା ।...
୨୦ ଗେଟ ଦେଇ ଜଳ ନିଷ୍କାସନ
ସମ୍ବଲପୁର : ହୀରାକୁଦରୁ ୨୦ ଗେଟ ଦେଇ ଜଳ ନିଷ୍କାସନ ଜାରି । ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର । ବାମ ପଟେ ୧୩ଟି ଓ...
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ହ୍ୟାକ
ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗର ଉନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ । ୪ ତାରିଖରୁ ଅପଲୋଡ ହୋଇଛି ଅଶ୍ଲୀଳ ଓ ବେଟିଂ ଭିଡିଓ । କିଏ ହ୍ୟାକର...