ଗୁଜୁରାଟ : ୫୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଲା ୧୮ ବର୍ଷୀୟା ଝିଅ । ଗୁଜୁରାଟରୁ ଆସିଛି ପୁଣି ଏଭଳି ଘଟଣା । ଗୁଜୁରାଟର କୁଚ୍ ଜିଲ୍ଲାର ଏକ ଗାଁରେ ଜଣେ ଝିଅ ୫୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି । ତେବେ ଝିଅଟି ୪୯୦ ଫୁଟ ଗଭୀରରେ ଅଟକି ରହିଥିବା ଜଣାପଡ଼ିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଶ୍ଚର୍ୟ୍ୟର କଥା ହେଉଛି ଯେ, ଝିଅଟିର ବୟସ ମାତ୍ର ୧୮ବର୍ଷ ।
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୬.୩୦ ସମୟରେ କୁଚ ଜିଲ୍ଲାର ଭୁଜ ତାଲୁକା ଅନ୍ତର୍ଗତ କଣ୍ଡେରାଇ ଗ୍ରାମରେ ଏହି ଘଟଣା ଘଟିଥିଲା। ସେପଟେ, ଝିଅଟି ରାଜସ୍ଥାନର ଏକ ପ୍ରବାସୀ ଶ୍ରମିକ ପରିବାରର ବୋଲି ଭୁଜ୍ ଡେପୁଟି କଲେକ୍ଟର ଏବି ଯାଦବ କହିଛନ୍ତି ।ଘଟଣାସ୍ଥଳରେ ସେନା, ଏନଡିଆରଏଫ ଏବଂ ବିଏସଏଫ ଦଳ ପହଞ୍ଚି ଝିଅଟିକୁ ବଞ୍ଚାଇବା ପାଇଁ ରେସ୍କୁ୍ୟ ଅପରେସନ ଜାରି ରଖିଛନ୍ତି । କ୍ରମାଗତ ଭାବରେ ବୋରୱେଲକୁ ଅମ୍ଳଜାନ ଯୋଗାଇବା ସହ ଝିଅ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ରହିଥିବାବେଳେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି ।
୫୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଲା ୧୮ ବର୍ଷୀୟା ଝିଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











