ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥାନ୍ତି । ଯେପରି କି ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ ବୟସରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏମିତିରେ ଆବଶ୍ୟକ ଏଭଳି ଖାଦ୍ୟ ଖାଇବେ ଯେଉଁଥିରେ ସାରା ଜୀବନ ହାଡ ମଜଭୂତ ରହିବ । ଆଉ ହାଡକୁ ମଜଭୂତ କରିବା ପାଇଁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ହେଲେ କଣ ଆପଣ ଜାଣନ୍ତି ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ । ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।
ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ ।
ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।
ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










