ଭୁବନେଶ୍ୱର : ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ,ଭୋଗରାଇ, ଜଳେଶ୍ୱର ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ ପ୍ରଭାବିତ । ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ସାତ ଦିନ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। ରାସ୍ତା ଓ ଘର ନଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା।.ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ପଶୁ ମରିଥିଲେ ସହାୟତା ମଧ୍ୟ ମିଳିବ। ତଳି ଅଞ୍ଚଳରେ ପାଣି ରହିଛି। ଦୁଇ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ। . ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି।
୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ : ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...