The Ultimate Managed Hosting Platform
ADVERTISEMENT

୧୭ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏବେ ଅମିତାଭ , ଶାହାରୁଖ

Facebook
Twitter
LinkedIn

ମୁମ୍ବାଇ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନ୍ । ୨ଜଣ ହିଁ ବଲିଉଡ ସିନେମା ଜଗତର ମହାରଥି । ଏହି ଦୁଇ ଷ୍ଟାରଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ଅଛନ୍ତି । ଯାହାଙ୍କୁ ଏକାଠି ଦେଖିବାକୁ ଅନେକ ଦିନ ଧରି ଅପେକ୍ଷା କରିଛନ୍ତି ଦର୍ଶକ, ଆଉ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । ୧୭ ବର୍ଷ ପରେ ପୁଣି ଏବେ ଅମିତାଭ ଏବଂ ଶାହାରୁଖ ଏକା ସହିତ ନଜର ଆସିବେ । ଏହି ଦୁଇ ଷ୍ଟାରଙ୍କୁ ଫିଲ୍ମ ‘କଭି ଅଲ୍ ବିଦା ନା କେହେନା’ରେ ଦେଖିବାକୁ ମିଳିଥିଲା । ଯାହା ୨୦୦୬ରେ ସିନେମା ହଲ୍ରେ ରିଲିଜ ହୋଇଥିଲା ଏବଂ ସେହି ସମୟରେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।
ଶାହାରୁଖ ଖାନ୍ ଏସଆରକେ ସେକ୍ସନରେ ସେୟାର କରିଛନ୍ତି ଯେ, ତାଙ୍କର ଅମିତାଭ ବଚ୍ଚନଙ୍କ ସହ କାମ କରିବା ବହୁତ ମଜାଦାର ଥିଲା । କିଙ୍ଗ ଖାନ୍ ସେପ୍ଟେମ୍ବର ୭ରେ ତାଙ୍କ ଫିଲ୍ମ ‘ଜବାନ’ ର ରିଲିଜ୍କୁ ନେଇ ରେଡି ହେଉଛନ୍ତି ଏବଂ ଏହି ସମୟରେ ତାଙ୍କର ଏକ ଫ୍ୟାନ୍ସ ଅମିତାଭ ଏବଂ ଶାହାରୁଖଙ୍କ ଫଟୋରେ କମେଣ୍ଟ କରିବା ପାଇଁ କହିଥିଲେ । ତେବେ ଶାହାରୁଖ ଖାନ୍ଙ୍କ ପ୍ରତିକ୍ରିୟାରେ କହିଥିଲେ କି, ‘ଏତେ ବର୍ଷ ପରେ ବିଗ୍ ବି ଙ୍କ ସହ କାମ କରିବା ବହୁତ ମଜାଦାର ଥିଲା ’।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login