କୋରାପୁଟ : ପାଟ୍ରୋଲିଂ ସମୟରେ ୧୫ ପ୍ୟାକେଟ ଗଞ୍ଜେଇ ଜବତ । ଲକ୍ଷ୍ମୀପୁର ପାଲିସ ପାଟ୍ରୋଲିଂ କରୁଥିବା ସମୟରେ ଓଡିଆ ପେଣ୍ଟ ଗାଁ ନିକଟରେ ଏକ ବୋଲେରୋ ଗାଡିରୁ ୧୫ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୩୯୭ କେଜିର ଗଞ୍ଜେଇ ହୋଇଥିବା ଅନୁମାନ କରୁଛି ପୋଲିସ । ପାଟ୍ରୋଲିଂ ସମୟରେ ଏସଆଇ ଶାନ୍ତିଲତା ବେହେରା ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏନେଇ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ ଲକ୍ଷ୍ମୀପୁର ଥାନାରେ ୭୨/୨୦୨୫ ରେ ଏକ ୃମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି ।
Views: 101











