ଭଦ୍ରକ : ରାସନ କାର୍ଡ ପଞ୍ଜୀକରଣ ପାଇଁ ଲମ୍ବା ଲାଇନ । ଭଦ୍ରକ ବ୍ଲକ ପରସିରରେ ଶହ ଶହ ହିତାଧିକାରୀଙ୍କ ଭିଡ । ରାତି ଅଧରୁ ଆସି ଲାଇନ ରେ ଛିଡା ହୋଇଛନ୍ତି ଲୋକେ । ଟୋକନ ବ୍ୟବସ୍ଥାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ । କିଏ ରାତି ୩ଟାରୁ ଆସିଛନ୍ତି ତ କିଏ ରାତି ୪ ଟାରୁ ଆସି ଲାଇନରେ ଛିଡା ହୋଇଛନ୍ତି । ମନରେ ଡର ରହିଛି, ନୂଆ କାର୍ଡ଼ ନକଲେ କାଳେ ନାଁ କଟିଯିବ ? ତେବେ ନିକଟରେ ଯୋଗ୍ୟ ଗରିବ ଲୋକଙ୍କୁ ସରଜମିନ ତଦନ୍ତ କରି ରାସନ କାର୍ଡ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଯୋଗାଣ ବିଭାଗ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବିଭିନ୍ନ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିଥିଲେ । ଆଉ ସେମାନଙ୍କୁ ଟୋକନ ଦେଇଥିଲେ କେୱାଇସି କରିବା ପାଇଁ ।
ଯାହାଫଳରେ ଆଜି ଯୋଗ୍ୟ ହିତାଧିକାରୀମାନେ ଆସିଥିଲେ ନୂଆ ରାସନ କାର୍ଡ ପାଇଁ । ଯୋଗ୍ୟ ହିତାଧିକାରୀଙ୍କ ବ୍ୟତୀତ ଅନେକ ଲୋକ ନୂଆ ରାସନ କାର୍ଡ ଆବେଦନ ପାଇଁ ମଧ୍ୟ ଆସିଛନ୍ତି । ଫଳରେ ଭଦ୍ରକ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଦୀର୍ଘ ଦୁଇ ବର୍ଷ ହେବ ନୂଆ ରାସନ କାର୍ଡ ବନ୍ଦ ଥିଲା । ଏବେ ପୁଣିଥରେ ନୂଆ ରାସନ କାର୍ଡ ପାଇଁ ଆବେଦନ ଆରମ୍ଭ ହୋଇ ଥିବାରୁ ଲୋକମାନେ ଅଧିକ ଭିଡ଼ ଲଗାଉଛନ୍ତି ।
ରାସନ କାର୍ଡ ପଞ୍ଜୀକରଣ ପାଇଁ ଲମ୍ବା ଲାଇନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











