ଭୁବନେଶ୍ୱର : ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା । ୧୩ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ମୈାସୁମୀ ପହଁଚିବାକୁ ଅନୁକୂଳ ହେଉଛି ପାଗ । ସେହିପରି ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।ଅନ୍ୟପଟେ ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି । ଆଉ ତିନି ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Views: 51