ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଲିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ ନିଷ୍ପତ୍ତି ହୋଇନି , ଚିନ୍ତା କରାଯାଉଛି , ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି । ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଅଧିକ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତ୍ତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ୟ୍ୟାପ୍ତ ହେଉ ନଥିବାରୁ ଏହି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ଯୋଗାଣ ବିଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଏହୖି ପରିବର୍ତ୍ତନ ଉପରେ ମୋହର ଲଗାଇବାକୁ ଫାଇଲ ପଠା ଯିବ। ଏହା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।”
Views: 28