ବ୍ୟୁରୋ : ପାଣି କଖାରୁରେ ପ୍ରୋଟିନ, ଜିଙ୍କ୍, ଫାଇବର, ଆଇରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଏବଂ ପସଫରସ ଭଳି ଅନେକ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ । ଏଥିରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ । ଯାହା ଦ୍ବାରା ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାୟକ ହୋଇଥାଏ । ଏଥିରେ ଫାଇବରର ଗୁଣ ଥିବାରୁ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହି ଜୁସ୍ ନିୟମିତ ପିଇବା ଦ୍ବାରା ଗ୍ୟାସ, ପେଟ ଫୁଲିବା, କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିଥାଏ । ପାଣି କଖାରୁ ଜୁସକୁ ସୁସ୍ଥ ହାର୍ଟ ପାଇଁ ଭଲ ବୋଲି ମାନାଯାଇଥାଏ । ଏହି ଜୁସର ନିୟମିତ ସେବନ ଦ୍ବାରା ବ୍ଲଡପ୍ରେସର ଏବଂ ହାଇକୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ କରିଥାଏ । ହାର୍ଟ ରୋଗର ସମସ୍ୟା ଆଶଙ୍କାକୁ କମାଇଥାଏ । ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଇମ୍ୟୁନିଟିକୁ ବଢାଇବାରେ ସାହାଯ୍ୟ କରିଥାଏ । ସଂକ୍ରମିତ ରୋଗରୁ ଏହି ଜୁସ୍ ବଞ୍ଚାଇଥାଏ । ପାଟିକୁ ଭଳ ନଲାଗିଲେ ମଧ୍ୟ ଏହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିଥାଏ । ତେଣୁ ପ୍ରତିଦିନ ପାଣି କଖାରୁ ଜୁସ୍ ପିଇବା ଆବଶ୍ୟକ ।
ହାର୍ଟ ଜନିତ ସମସ୍ୟା ପାଇଁ ଲାଭଦାୟକ ପାଣି କଖାରୁ ଜୁସ ..

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...