ବାଙ୍କୀ : ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଡମପଡା ଅଭୟାରଣ୍ୟ ଗୟଳବାଙ୍କ ଗାଁରେ ଅଘଟଣ । ଘର ବାହାରେ ବୁଲୁଥିବା ସମୟରେ ଦଳି ମାରିଲା ହାତୀ । ମୃତକ ହେଲେ ଗୟଳବାଙ୍କ ଗାଁର ରଞ୍ଜନ କୁମାର ସାହୁ । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହାତୀ ଫସଲ ଖାଇବାକୁ ଗୟଳବାଙ୍କ ଗାଁରେ ପଶିଥିଲେ । ରାତି ପ୍ରାୟ ସାଢେ ୧୧ଟା ବେଳକୁ ହାତୀକୁ ଘଉଡାଇବାକୁ ରଞ୍ଜନ ବାହାରକୁ ଆସିଥିଲେ । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳକୁ ବନ ବିଭାଗର କର୍ମଚାରୀ ଆସିନ ଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।
Views: 73