ନୂଆଦିଲ୍ଲୀ : ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ । ହାଇକୋର୍ଟର ସମସ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ । ଏ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ସମସ୍ତ ହାଇକୋର୍ଟର ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ବାର୍ଷିକ ୧୫ ଲକ୍ଷ ପେନସନ ପାଇବେ । ବିଚାରପତି ଓ ଅତିରିକ୍ତ ବିଚାରପତି ବର୍ଷକୁ ୧୩ ଲକ୍ଷ ୬୦ ହଜାର ପେନସନ ପାଇବେ । ବିଚାରପତି ଓ ଅତିରିକ୍ତ ବିଚାରପତିଙ୍କ ବିଧବା ପତ୍ନୀଙ୍କୁ ଫ୍ୟାମିଲି ପେନସନ ମିଳିବ ।
Views: 59