ବାଲେଶ୍ୱର : ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି ଘଟଣା । ବିଳମ୍ବିତ ରାତିରେ ଦୁର୍ଗାଦେବୀରୁ ଶିଶୁପୁତ୍ର ଉଦ୍ଧାର କଲା ପୋଲିସ । ଶିଶୁପୁତ୍ରକୁ ଉଦ୍ଧାର ସହ ଚୋରି କରିଥିବା ମହିଳା ଥାନାରେ ଅଟକ । କାଲି ମହିଳା ଜଣକ ଏସଏନସିୟୁରୁ ଶିଶୁପୁତ୍ରକୁ ଚୋରିକରି ନେଇଥିଲେ । ଚୋରି ନେଇ ବାଲିଆପାଳ ଆଠବାଟିଆର ଦମ୍ପତି ଅଭିଯୋଗ କରିଥିଲେ । ଚୋରି ଶିଶୁପୁତ୍ରକୁ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏପଟେ ଅଭିଯୋଗ ଅନୁସାରେ ଉଭୟ ପୋଲିସ ଏବଂ ମେଡିକାଲ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଯେଉଁ ମାନେ ଏଥିପାଇଁ ଦାୟୀ ଥିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କୁହାଯାଇଛି । ତେବେ ଏଭଳି ଏକ ଘଟଣା ସମଗ୍ର ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।
Views: 90











